ସତିଗୁଡ଼ା ନଦୀବନ୍ଧ
ସତୀଗୁଡ଼ା ନଦୀବନ୍ଧ ମାଲକାନଗିରି ଜିଲ୍ଲାଠାରୁ ମାତ୍ର 8 କି.ମି ଦୂରରେ ଅବସ୍ଥିତ । ଏହି ଜଳଭଣ୍ଡାର ଦ୍ୱାରା ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକର କୃଷି ଉପଯୋଗୀ ଜମିକୁ ଜଳସେଚନ କରାଯାଇଥାଏ ।ଜଳଭଣ୍ଡାର ମଧ୍ୟରେ ବୋଟିଙ୍ଗ କରିବାର ସୁବିଧା କରାଯାଇଛି । ନଦୀବନ୍ଧର ଅନତି ଦୂରରେ ଏକ ମନ୍ଦିରରେ ଭଗବାନ ଶିବ ପୂଜା ପାଉଛନ୍ତି । ବହୁତ ଗୁଡିଏ କ୍ଷୁଦ୍ର ପର୍ବତ ଜଙ୍ଗଲ ଏବଂ ଜଳଧାରା ଦ୍ୱାରା ପରିବେଷ୍ଟିତ ଏହି ଜଳଭଣ୍ଡାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକ ପର୍ଯ୍ୟଟକଙ୍କୁ ବଣଭୋଜି କରିବା ପାଇଁ ଆକୃଷ୍ଠ କରିଥାଏ । ଏହି ଇକୋ ପର୍ଯ୍ୟଟନ କ୍ଷେତ୍ର ଏକ ଭି.ଏସ୍.ଏସ୍. ଦ୍ୱାରା ପରିଚାଳିତ ଅଟେ । ଏଠାରେ ଓଡ଼ିଶା ସରକାରଙ୍କ ବନ ବିଭାଗର ଏକ ଅତିଥି ଭବନ ଅଛି ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନସେବା ବିଶାଖାପାଟଣା ଠାରେ ଉପଲବ୍ଧ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ସଡ଼କପଥରେ ୨୭୦ କି.ମି. ଦୂରତାରେ ଅବସ୍ଥିତ ।
ରେଳଗାଡ଼ିରେ
କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜଯପୁର ହେଉଛି ନିକଟତମ ରେଳ ଷ୍ଟେଷନ ଅଟେ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ୧୧୦ କି.ମି. ଦୂରତାରେ ଅବସ୍ଥିତ ।
ସଡ଼କ ପଥରେ
ଜଯପୁର ଠାରୁ ମାଲକାନଗିରିକୁ ଆସିବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ବସ ସେବା, ବେସରକାରୀ ଟ୍ୟାକ୍ସି ଇତ୍ୟାଦି ଉପଲବ୍ଧ ଅଟେ ।i.