ବନ୍ଦ କରନ୍ତୁ

ଭୈରବୀ ମନ୍ଦିର

ଭୈରବୀ ମନ୍ଦିର ମାଲକାନଗିରି ସହର ଠାରୁ ୩ କି.ମି. ଦୂରତାରେ ଭୈରବୀ ମନ୍ଦିର ଅବସ୍ଥିତ । ଜୟପୁରରୁ ମାଲକାନଗିରିକୁ ଆସୁଥିବା ଯାତ୍ରୀ ଏବଂ ମାଲକାନଗିରିରୁ ଯାଉଥିବା ଯାତ୍ରୀ ମାଁ ଭୈରବୀଙ୍କ ଠାରେ ନିଜର ନିରାପଦ ଯାତ୍ରା ପାଇଁ ପୂଜା କରିଥାନ୍ତି । ଅନେକ ଧାର୍ମିକ ପରିଦର୍ଶକ ଏହି ମନ୍ଦିରରେ ଦିନତମାମ ପୂଜା କରିବା ପାଇଁ ଆଗ୍ରହର ସହ ଆସିଥାନ୍ତି । ବିଶ୍ୱାସ କରାଯାଏ ଯେ ମାଁ ଭୈରବୀ ମାଲକାନଗିରିର ରାଜାଙ୍କ ଦ୍ୱାରା ପୂଜିତ ହୋଇ ଆସୁଥିଲେ । ଯାହାଙ୍କର ଦୁର୍ଗ ଏବେ ମଧ୍ୟ ମନ୍ଦିର ସମ୍ମୁଖରେ ଥିବା ରାଜାରାଣୀ ପାହାଡ ଉପରେ ଦେଖିବାକୁ ମିଳେ ।

  • ଭୈରବୀ ମନ୍ଦିର ସାମ୍ନା ରେ ଦେଖାଯାଉଥିବା ଭାଲୁ
  • ଭୈରବୀ ମନ୍ଦିର ର ବାହାର ଦୃଶ୍ୟ
  • ଭୈରବୀ ମନ୍ଦିର ଭିତରର ଦୃଶ୍ୟ
  • ମନ୍ଦିର ଭିତରେ ଥିବା ମା ଭୈରବୀଙ୍କ ମୂର୍ତ୍ତୀ
  • ଦେବୀ ମା ଭୈରବୀଙ୍କ ମୁର୍ତୀ
  • ଭୈରବୀ ମନ୍ଦିର ସାମ୍ନା ରେ ଦେଖାଯାଉଥିବା ଭାଲୁ
  • ଭୈରବୀ ମନ୍ଦିର ର ବାହାର ଛବି
  • ଭୈରବୀ ମନ୍ଦିର ଭିତରର ଛବି
  • ମା ଭୈରବୀଙ୍କ ର ମୂର୍ତ୍ତୀ
  • ମା ଭୈରବୀଙ୍କ ର ମୂର୍ତ୍ତୀ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନସେବା ବିଶାଖାପାଟଣା ଠାରେ ଉପଲବ୍ଧ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ସଡ଼କପଥରେ ୨୭୦ କି.ମି. ଦୂରତାରେ ଅବସ୍ଥିତ ।

ରେଳଗାଡ଼ିରେ

କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜଯପୁର ହେଉଛି ନିକଟତମ ରେଳ ଷ୍ଟେଷନ ଅଟେ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ୧୧୦ କି.ମି. ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ

ଜଯପୁର ଠାରୁ ମାଲକାନଗିରିକୁ ଆସିବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ବସ ସେବା, ବେସରକାରୀ ଟ୍ୟାକ୍ସି ଇତ୍ୟାଦି ଉପଲବ୍ଧ ଅଟେ ।