ବନ୍ଦ କରନ୍ତୁ

ବାଲିମେଳା

ବାଲିମେଳା ଜଳ ଭଣ୍ଡାର (ଡ୍ୟାମ୍) ମାଲକାନଗିରି ଜିଲ୍ଲାରେ ଅବସ୍ଥିତ ଯାହାକି ମାଲକାନଗିରିର ପୂର୍ବ ଦିଗର ୩୫ କି.ମି. ଦୂରତାରେ ରହିଅଛି । ଏକ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସହରର ଅତି ନିକଟରେ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କ ଦ୍ୱାରା ମିଳିତ ଭାବରେ ପ୍ରତିଷ୍ଠା କରାଯାଇଅଛି । ସିଲେରୁ ନଦୀ ଉପରେ ବାଲିମେଳା ଠାରୁ ୨୫ କି.ମି. ଦୂରରେ ଚିତ୍ରକୋଣ୍ଡାଠାରେ ଏକ ଜଳ ଭଣ୍ଡାର ନିର୍ମାଣ କରାଯାଇଛି । ସମୁଦାୟ ଜଳଧାରର ପ୍ରବାହ ଦୁଇଟି ସରକାରଙ୍କ ସମାନ ଭାଗ ବଣ୍ଟନ କରାଯାଇଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ସ୍ରୋତ ଗତି ଦିଗରେ ନଦୀକୁ ଯାହାକି ଓଡ଼ିଶା ସରକାର ବାଲିମେଳାର ଦକ୍ଷିଣ ରେ ପ୍ରାୟ ୧୫ କି.ମି ଦୂରକୁ ନଦୀର ଧାରକୁ ଗତି ପରିବର୍ତ୍ତନ କରି ଏକ ମୁଖ୍ୟ/ପ୍ରଧାନ ଶକ୍ତିରେ ପରିଣତ କରିଛି । ଏହା ଆକଳନ କରାଯାଇଛି ଯେ ବିଜୁଳି ଘରଟି ୨୪୦,୦୦୦ କିଲୋୱାଟର ୬୦% (ଷାଠିଏ ଶତକଡ଼ା) ଭାଗ ମୌଳିକ ଉତ୍ପାଦକରେ ବ୍ୟବହାର କରାଯାଉଛି । ପଛ ଭାଗର ଜଳ ପରବର୍ତ୍ତୀ କାଳରେ ମାଲକାନଗିରି ଓ ମୋଟୁ ସମତଳ ଅଞ୍ଚଳର ୨.୪ ଲକ୍ଷ ଏକର ଜମିକୁ ଜଳସେଚନ କାର୍ୟ୍ୟରେ ବ୍ୟବହାର କରାଯାଉଛି ।

  • ବାଲିମେଳା ଡ୍ୟାମ ପାୱାର ହାଉସ ପ୍ରକଳ୍ପ
  • ବାଲିମେଳା ଭାଲ୍ ଭ
  • ବାଲିମେଳା ଡ୍ୟାମ ସାଇଟ ଦୃଶ୍ୟ
  • ବାଲିମେଳା ବିଜୁଳିଘର ପ୍ରକ୍ଳପ
  • ବାଲିମେଳା ଭାଲ୍ ଭ
  • ବାଲିମେଳା ଡ୍ୟାମ କ୍ଷେତ୍ର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନସେବା ବିଶାଖାପାଟଣା ଠାରେ ଉପଲବ୍ଧ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ସଡ଼କପଥରେ୨୭୦ କି.ମି. ଦୂରତାରେ ଅବସ୍ଥିତ ।

ରେଳଗାଡ଼ିରେ

କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ହେଉଛି ନିକଟତମ ରେଳ ଷ୍ଟେଷନ ଅଟେ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ୧୧୦ କି.ମି. ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ

ମାଲକାନଗିରି ସହର ଠାରୁ ୩୦ କି.ମି. ଦୂରରେ ବାଲିମେଲା ଅବସ୍ଥିତ । ଜୟପୁର ଠାରୁ ମାଲକାନଗିରିକୁ ଆସିବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ବସ ସେବା, ବେସରକାରୀ ଟ୍ୟାକ୍ସି ଇତ୍ୟାଦି ଉପଲବ୍ଧ ଅଟେ