ଆମ୍ମାକୁଣ୍ଡ
ଆମ୍ମାକୁଣ୍ଡଟି ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଖଇରପୁଟ ବ୍ଲକ ଅନ୍ତର୍ଗତ ଏବଂ ମାଲକାନଗିରି ସଦରମହକୁମାରୁ ୭୦କି.ମି ଦୂରରେ ଅବସ୍ଥିତ । ଏହି ଶୀତଳ ସ୍ଥାନ ପ୍ରକୃତିର ଏକ ଜଳପ୍ରପାତକୁ ଆଲିଙ୍ଗନ କରିଛି ଯେଉଁଠି ପରବର୍ତୀ ସମୟରେ ଦୁଇ ପାହାଡ ସନ୍ଧିରେ ଏକ ଉପତ୍ୟକା ସୃଷ୍ଠି କରିଛି । ଉକ୍ତ ଗିରି ସଙ୍କଟରେ ଦେଖାଯାଉଥିବା ମୀନଗୁଡିକ ସମ୍ପୂର୍ଣଭାବେ ଲୋକମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରନ୍ତି ଓ ଏହା ଭଗବାନ ବିଷ୍ଣୁଙ୍କ ମୀନ ଅବତରକୁ ବିଶ୍ବାସ କରାଯାଏ । ପରିଦର୍ଶକ ମାନଙ୍କ ସେହି ସ୍ଥାନରେ ରହଣି ସମୟରେ ମାଛମାନଙ୍କୁ ଖାଦ୍ୟ ଯୋଗେଇ ଆନନ୍ଦ ଉପଭୋଗ କରନ୍ତି । ଏହି ସ୍ଥାନଟି ନିଘଞ୍ଚ ଜଙ୍ଗଲ ଏବଂ କ୍ଷୁଦ୍ର କୁଦ/ଢିପ ଦ୍ଵାରା ଅବୃତ ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନସେବା ବିଶାଖାପାଟଣା ଠାରେ ଉପଲବ୍ଧ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ସଡ଼କପଥରେ ୨୭୦ କି.ମି. ଦୂରତାରେ ଅବସ୍ଥିତ ।
ରେଳଗାଡ଼ିରେ
କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜଯପୁର ହେଉଛି ନିକଟତମ ରେଳ ଷ୍ଟେଷନ ଅଟେ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ୧୧୦ କି.ମି. ଦୂରତାରେ ଅବସ୍ଥିତ ।
ସଡ଼କ ପଥରେ
ଜଯପୁର ଠାରୁ ମାଲକାନଗିରିକୁ ଆସିବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ବସ ସେବା, ବେସରକାରୀ ଟ୍ୟାକ୍ସି ଇତ୍ୟାଦି ଉପଲବ୍ଧ ଅଟେ ।