ସୂଚନା ଅଧିକାର
ସୂଚନା ଅଧିକାର ଆଇନ ପ୍ରତ୍ୟକ ନାଗରିକଙ୍କୁ ଯେ କୌଣସି ସୂଚନା,ନଥିପତ୍ର, ପ୍ରାମାଣିକ ନକଲ, କିମ୍ବା ପ୍ରାମାଣିକ ନମୁନା ନକଲ ପାଇବା ପାଇଁ ସଶକ୍ତ କରାଇ ଥାଏ । ଏହି ସୂଚନା ଅଧିକାର ଆଇନ ସମ୍ବିଧାନର ମୌଳିକ ଅଧିକାର ଧାରା ୧୯(୧) ଅର୍ନ୍ତଭୁକ୍ତ ଅଟେ । ଧାରା ୧୯(୧) ପ୍ରତ୍ୟକ ନାଗରିକ କୁ ନିଜର ବକ୍ତବ୍ୟ ଓ ଅଭିବ୍ୟକ୍ତି ପରିପ୍ରକାଶ କରିବାର ଅଧିକାର ଦେଇଛି ଏହା ସହିତ ସରକାର କିପରି କାର୍ଯ୍ୟ କରୁଛନ୍ତି ଓ ତାଙ୍କର ଭୂମିକା କଣ, ଇତ୍ୟାଦି ଜାଣିବାର ଅଧିକାର ଅଛି । ଏହି ପରିଚ୍ଛେଦରେ ଜିଲ୍ଲାର ଲୋକ ସୂଚନା ଅଧିକାରୀ(PIO) ଏବଂ ସହାୟକ ଲୋକ ସୂଚନା ଅଧିକାରୀ(APIO)ଙ୍କ ବିଷୟରେ ଜଣାଏ ।