ବନ୍ଦ କରନ୍ତୁ

ପ୍ରଶାସନିକ ସେଟଅପ୍

ଜିଲ୍ଲାର ମୁଖ୍ୟ କାର୍ଯଳୟ ମାଲକାନଗିରି ରେ ଅବସ୍ଥିତ ।  ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ।ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ,ଉପ-ଜିଲ୍ଲାପାଳ,ଡେପ୍ୟୁଟି ଜିଲ୍ଲାପାଳ, ୭ ଜଣ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ୭ ଜଣ ତହସିଲଦାର ଅଛନ୍ତି । ଏତତ ବ୍ୟତୀତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ତତ୍ଵାଧୀନରେ କାର୍ଯ୍ୟରତ । ଏହି ଜିଲ୍ଲା ଗୋଟିଏ ସବଡିଭିଜୋନ ଯାହାର ନାମ ମାଲକାନଗିରି, ୭ଟି ତହସିଲ ଯଥା-ମାଲକାନଗିରି,ମାଥିଲି,ଚିତ୍ରକୋଣ୍ଡା,କୁଡୁମୁଳୁଗୁମ୍ମା,ଖଇରପୁଟ,ମୋଟୁ ଏବଂ କାଲିମେଳାକୁ ନେଇ ଗଠିତ । ଜିଲ୍ଲାର ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯପାଇଁ ଜିଲ୍ଲା ୭ଟି ସି.ଡି ବ୍ଲକ ଦ୍ୱାରା ବିଭାଜିତ ହୋଇଛି । ୨୦୦୧-୨୦୧୧ ଦଶନ୍ଧି ମଧ୍ୟରେ ଏଠାରେ ୩ଟି ତହସିଲ ଯାହା ପରବର୍ତୀ ସମୟରେ ୭ଟି ତହସିଲରେ ବିଭକ୍ତ ହୋଇଛି,୮ଟି ଥାନା ଏବଂ ୧୦୪୫ ଗ୍ରାମ ଏହି ଜିଲ୍ଲାରେ ଅନ୍ତର୍ଭୁକ୍ତ । ଏହାସହିତ ୮ଟି ଥାନା ବ୍ୟତୀତ ୩ଟି ନୂଆ ଥାନା ଯଥା- ପେପରମାଟଲା,ଜୋଡାମ୍ବା,ପୋଡିଆ ଆରମ୍ଭ ହୋଇଛି । ଜିଲ୍ଲାର ପ୍ରଶାସନିକ ସେଟଅପ୍ ର ସମ୍ପୂର୍ଣ ବିବରଣୀ ନିମ୍ନରେ ଦିଆଗଲା ।

 

ଜିଲ୍ଲା ମୁଖ୍ୟକାର୍ଯଳୟ ମାଲକାନଗିରି
ସବଡିଭିଜୋନ ମାଲକାନଗିରି
ତହସିଲ(୦୭) ମାଲକାନଗିରି,ମାଥିଲି,ଚିତ୍ରକୋଣ୍ଡା,କୁଡୁମୁଳୁଗୁମ୍ମା,ଖଇରପୁଟ,ମୋଟୁ,କାଲିମେଳା
ବ୍ଲକ(୦୭) ମାଲକାନଗିରି,ମାଥିଲି,କୋରୁକୋଣ୍ଡା,କୁଡୁମୁଳୁଗୁମ୍ମା,ଖଇରପୁଟ,ପଡିଆ,କାଲିମେଳା
ସହର ମାଲକାନଗିରି,ଚିତ୍ରକୋଣ୍ଡା,କାଲିମେଳା,ବାଲିମେଳା
ନଗରପାଳିକା ମାଲକାନଗିରି
ପୌରପାଳିକା(୦୧) ବାଲିମେଳା
ଥାନା(୧୨) ମାଲକାନଗିରି,ମାଥିଲି,ପଡିଆ,କାଲିମେଳା,ମୋଟୁ,ଏମ.ଭି-୭୯,ଚିତ୍ରକୋଣ୍ଡା,ଏନାର୍ଜି ପି.ଏସ(ମାଲକାନଗିରି),ଅର୍କେଲ,ମୁଦୁଲିପଡା(ଖଇରପୁଟ),ପେପରମାଟଲା,ଜୋଡାମ୍ବା
ଅଗ୍ନିଶମ କେନ୍ଦ୍ର(୦୩) ମାଲକାନଗିରି,ମାଥିଲି,କାଲିମେଳା
ଗ୍ରାମ ପଞ୍ଚାୟତ ୧୧୧
ନିର୍ବାଚନ ମଣ୍ଡଳୀ(ବିଧାନସଭା) ୦୨(୧୪୬-ମାଲକାନଗିରି,୧୪୭-ଚିତ୍ରକୋଣ୍ଡା)
ନିର୍ବାଚନ ମଣ୍ଡଳୀ(ଲୋକସଭା) ନବରଙ୍ଗପୁର ଲୋକୋସଭା ସାଂସଦ