ଜିଲ୍ଲା ସମ୍ବନ୍ଧରେ

ସାଧାରଣତଃ ମାଲକାନଗିରିର ମୁଖ୍ୟାଳୟ ସଦର ପରବର୍ତ୍ତୀ କାଳରେ ମାଲକାନଗିରି ଜିଲ୍ଲା ନାମରେ ନାମିତ ହୋଇଅଛି । ସନ୍ 1936 ମସିହାରେ ଓଡ଼ିଶା ପ୍ରଦେଶ ଗଠନ ସମୟରେ ମାଲକାନଗିରିଟି ଗୋଟିଏ ‘ତାଲୁକ’ ଭାବରେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ସବ୍-ଡିଭିଜନ ଅନ୍ତର୍ଗତ ଥିଲା ।ଏହା 1962 ମସିହାରେ କୋରାପୁଟ ଜିଲ୍ଲାର ଏକ ସବ୍-ଡିଭିଜନ୍ ପାହ୍ୟାରେ ଉପନୀତ ହେଲା। ଯେତେବେଳେ ଓଡିଶା ସରକାରଙ୍କ ଜିଲ୍ଲା ଗୁଡିକର ପୁନଃ ସଂଗଠନ ବିଜ୍ଞପ୍ତି 1992 ମସିହା ଅକ୍ଟୋବର 01 ତାରିଖରେ ଜାରି କରାଯାଇ, 1992 ମସିହା ଅକ୍ଟୋବର 02 ତାରିଖରେ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନର ମାଲକାନଗିରି ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଲା । ଏହାର ବିସ୍ତୃତି , 17 ଡିଗ୍ରୀ 45’ ଉତ୍ତରରୁ 18 ଡିଗ୍ରୀ 40’ ଉତ୍ତର ଅକ୍ଷାଂଶ ଏବଂ 81 ଡିଗ୍ରୀ 10’ ପୂର୍ବ ଦ୍ରାଘିମାରୁ 82 ଡିଗ୍ରୀ ପୂର୍ବ ଦ୍ରାଘିମା ଅଞ୍ଚଳରେ 5791 ବର୍ଗ କିଲୋମିଟର ପର୍ଯ୍ୟାପ୍ତ ଅଟେ । ଏହି ଜିଲ୍ଲାଟି ଜନବିରଳ ହେଲେ ମଧ୍ୟ ପୁରୁଷ ଓ ସ୍ତ୍ରୀ ସଂଖ୍ୟା ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ । ପ୍ରାୟତଃ ଅଖଣ୍ଡ ।ସଂପୂର୍ଣ୍ଣ ଜିଲ୍ଲାଟି ବିସ୍ତୃତ ଘନ ଜଙ୍ଗଲ ସହିତ, ଶତକଡା ଅନୁପାତରେ ଅଳ୍ପ ସଂଖ୍ୟକ ଲୋକ ସହରାଞ୍ଚଳରେ ବାସ କରନ୍ତି । ଏହି ଜିଲ୍ଲାଟି ଦୁଇଗୋଟି ଭୌତିକ ବିଭାଗରେ ପୃଥକୀକୃତ । ପୂ୍ର୍ବାଞ୍ଚଳ ଭାଗଟି ତୀଖ ଘାଟି, ମାଳଭୂମି ଓ ଉପତ୍ୟକାରେ ପରିପୂର୍ଣ୍ଣ । ବିକ୍ଷିପ୍ତ ନିବାସୀମାନଙ୍କ ମଧ୍ୟରେ ପ୍ରାଚୀନ ଆଦିବାସୀ ବଣ୍ଡା, କୋୟା ଏବଂ ଦିଦାୟୀ ସଂପ୍ରଦାୟ ଉଲ୍ଲେଖନୀୟ । ଏହି ଜିଲ୍ଲାଟି ଶିକ୍ଷାରେ ପରିମିତ, ଶିକ୍ଷିତ ମାନଙ୍କ ମଧ୍ୟରେ ”ପୁରୁଷ” ଶିକ୍ଷିତ, ”ସ୍ତ୍ରୀ” ଶିକ୍ଷିତ ଠାରୁ ଅତି ଦୂରରେ ।ଏହି ଜିଲ୍ଲାର ଜଳବାୟୁ ସାଧାରଣତଃ ଶୀତ ଋତୁରେ ଥଣ୍ଡା ଏବଂ ଗ୍ରୀଷ୍ମ ଋତୁରେ ତାପମାତ୍ରା 13 ଡିଗ୍ରୀ ସେଲସିୟସରୁ 47 ଡିଗ୍ରୀ ସେଲସିୟସକୁ ତ୍ୱରାନ୍ୱିତ ହୁଏ । ବାର୍ଷିକ ହାରାହାରି ବର୍ଷାନୁପାତ ପ୍ରାୟ 1700 ମିଲିମିଟର ଅଟେ । ସାଧାରଣତଃ ବର୍ଷାଋତୁ ଏବଂ ବର୍ଷାଋତୁ ପର ମାସଗୁଡିକର ଆପେକ୍ଷିକ ଆର୍ଦ୍ରତା ଉଚ୍ଚ ଅଟେ । ବର୍ଷାଋତୁ ସମୟରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଅଗମ୍ୟ । ସନ୍ତସନ୍ତିଆ ଓ ଅତ୍ୟାଧିକ ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ । ଏହି ଜିଲ୍ଲାଟି ମ୍ୟାଲେରିଆ ପ୍ରବଣ ପରିଧିରେ ଆଦୃତ ।