ବନ୍ଦ କରନ୍ତୁ

କୃଷି

ଉଦ୍ଦେଶ୍ୟ

କୃଷି ରାଜ୍ୟର ଜୀବିକା ନିର୍ମାଣ ସାରଣୀର ମେରୁଦଣ୍ଡ ଅଟେ । କାରଣ ପ୍ରାୟ 60% ଜନସଂଖ୍ୟା କୃଷି ଉପରେ ନିର୍ଭର କରନ୍ତି, ଯାହାକି ତାଙ୍କର ବଞ୍ଚିବାର ମୁଖ୍ୟ ରାହା କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବୃହତ ଅଂଶ ଅଣ କୃଷି କାର୍ଯ୍ୟରେ ନିୟୋଜିତ ହୋଇପାରି ନଥିବାରୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ କମିବାରେ ଲାଗିଛି ।

ଓଡ଼ିଶାରେ କୃଷି ଉପରେ ବର୍ଷସାରା 90% କ୍ଷୁଦ୍ର ଓ ନାମମାତ୍ରା ଚାଷୀ ନିର୍ଭର କରନ୍ତି । ତେଣୁ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଗରିବ ଦୂରୀକରଣ ଓ ତାର ପ୍ରତିକାର ପାଇଁ ସଙ୍କଟ ଅବସ୍ଥାରେ ଅଛି ।
ମାଲକାନଗିରି ଜିଲ୍ଲାରେ ସମୁଦାୟ ଚାଷ ହୋଇଥିବା ଜମି 142740 ହେକ୍ଟର ଯାହାକି ସମୁଦାୟ ଭୌଗୋଳିକ ଆୟତନ 579100 ହେକ୍ଟରର ପ୍ରାୟ 24.65% ଏବଂ ବାସ୍ତବିକ ମୋଟ ବୁଣା ହୋଇଥିବା ଜମିର ପ୍ରାୟ 23.83% ବହୁ ବାଧାବିଘ୍ନ ଯଥା ପ୍ରାକୃତିକ ବିପର୍ଯ୍ୟୟ, ଅନିୟମିତତା ବୃଷ୍ଟିପାତ, ସତ୍ତ୍ୱେ କୃଷି ଉତ୍ପାଦନ ବୃଦ୍ଧି ହେବାରେ ଲାଗିଛି । ଜିଲ୍ଲାର ପ୍ରାକୃତିକ ସଂପଦ ସହିତ ବିବିଧ କୃଷି, ଆଞ୍ଚଳିକ ପାଣିପାଗ ଅବସ୍ଥା ବିଭିନ୍ନ ଫସଲ ଚାଷ କରିବାରେ ସହାୟକ ହେଉଥିବାରୁ କୃଷି ଅଭିବୃଦ୍ଧି ହେବାରେ ସାହାଯ୍ୟ କରୁଛି । ଜିଲ୍ଲାରେ ଗ୍ରୀଷ୍ମ ମଣ୍ଡଳୀୟ ପାଣିପାଗ ଅନୁଭୂତ ହୁଏ । ଯାହାକି ଅଧିକ ଗରମ, ଅଧିକ ଆର୍ଦ୍ରତା, ମଧ୍ୟମରୁ ଅଧିକ ବୃଷ୍ଟିପାତ ଏବଂ ଅଳ୍ପ ପରିମାଣ ଶୀତ ଅନୁଭୂତ ହୁଏ ।

ଜିଲ୍ଲାର ହାରାହାରି ବାର୍ଷିକ ବୃଷ୍ଟିପାତ 1667.60 ମିଲିମିଟର ଓ 79 ବର୍ଷା ଦିବସ ଅଟେ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରାୟ 88.2% ବାର୍ଷିକ ବୃଷ୍ଟିପାତ ଦିଏ । ଯାହାକି 53 ରୁ 57 ଦିନ ମଧ୍ୟରେ ବିଶେଷ କରି ଜୁନ୍ ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ଅନୁଭୂତ ହୁଏ । ଜିଲ୍ଲାର ବାର୍ଷିକ ତାପମାତ୍ରା ସର୍ବାଧିକ 300 ସେଣ୍ଟିଗ୍ରେଡ ଠାରୁ 440 ସେଣ୍ଟିଗ୍ରେଡ୍ ଏବଂ ସର୍ବନିମ୍ନ 150 ସେଣ୍ଟିଗ୍ରେଡ୍ ଠାରୁ 270 ସେଣ୍ଟିଗ୍ରେଡ ଭିତରେ ରହେ । ମାଲକାନଗିରି ଜିଲ୍ଲା ପୂର୍ବଘାଟ କୃଷି ଜଳବାୟୁ ଅଞ୍ଚଳ ଅଟେ ।

କୃଷି କାର୍ଯ୍ୟକ୍ରମ

କୃଷି ନିର୍ଦ୍ଦେଶାଳୟ ବିଭିନ୍ନ ପ୍ରକାର ଚାଷ ଯୋଜନା ପାଇଁ ସଂପ୍ରସାରଣ ସେବା ଯୋଗାଇ ଦେଇଥାନ୍ତି । ଏହି କାର୍ଯ୍ୟକ୍ରମ ଗୁଡିକ ରାଜ୍ୟ ଯୋଜନା ଓ କେନ୍ଦ୍ର ଯୋଜନା ଯଥା- ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, କୃଷି ସଂପ୍ରସାରଣ ଓ ପ୍ରଯୁକ୍ତି ବିଦ୍ୟା ଜାତୀୟ ମିଶନ, ଚିରପୋଷ୍ୟମାନ କୃଷି ପାଇଁ ଜାତୀୟ ମିଶନ, ଜାତୀୟ ତୈଳବୀଜ ଓ ତାଳତେଲ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା । କୃଷି ସଂପ୍ରସାରଣ ଏବଂ ପ୍ରଯୁକ୍ତି ବିଦ୍ୟା ଜାତୀୟ ମିଶନ ଚାରିଭାଗରେ ବିଭକ୍ତ ଯଥା – କୃଷି ଯାନ୍ତ୍ରିକକରଣ ଉପମିଶନ, ବିହନ ଓ ରୋପଣ ଦ୍ରବ୍ୟ ଉପମିଶନ, କୃଷି ସଂପ୍ରସାରଣ ଉପମିଶନ ଏବଂ ଫସଲ ସୁରକ୍ଷା ଓ ଫସଲ କ୍ୱାରେଣ୍ଟାଇନ ଉପମିଶନ । ରାଜ୍ୟ ଯୋଜନାରେ ଧାଡି ବୁଣା, ଧାଡି ରୁଆ, ଶ୍ରୀ ପଦ୍ଧତିରେ ଧାନ ଚାଷ, ବିହନ ବିଶୋଧନ ଅଭିଯାନ, ଜଳନିଧି, ବିଜୁ କୃଷକ କଲ୍ୟାଣ ଯୋଜନା ଇତ୍ୟାଦି କାର୍ଯ୍ୟକାରୀ ହେଉଅଛି ।

ଋତୁ ଅନୁଯାୟୀ ଚାଷ ହେଉଥିବା ଫସଲ

ଖରିଫ ଫସଲ

ଧାନ – (ଅଧିକ ଅମଳକ୍ଷମ / ଶଙ୍କର/ ଦେଶୀ)।
ମକା – (ଅଧିକ ଅମଳକ୍ଷମ / ଦେଶୀ), ଜୋଆର, ବାଜରା, ମାଣ୍ଡିଆ, ସୁଆଁ ଜାତୀୟ, ମୁଗ ବିରି, ହରଡ, ଅନ୍ୟାନ୍ୟ ଡାଲି ଜାତୀୟ ଫସଲ, ଚିନାବାଦାମ, ରାଶି, ଜଡା, ଅଳସୀ, ମେସ୍ତା, କନ୍ଦମୂଳ, ଅନ୍ୟାନ୍ୟ ପନିପରିବା, ଲଙ୍କା, ଅଦା ଓ ହଳଦୀ ।

ରବି ଫସଲ

ମକା, ଚିନାବାଦାମ, ବୁଟ, ମଟର, ଝୁଡଙ୍ଗ, କୋଳଥ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ଆଳୁ, ପିଆଜ, ଅନ୍ୟାନ୍ୟ ପନିପରିବା, ଲଙ୍କା, ରସୁଣ, ଧଣିଆ, ଆଖୁ ।

ଖରାଟିଆ ଫସଲ

ଧାନ (ଅଧିକ ଅମଳକ୍ଷମ/ଶଙ୍କର), ମୁଗ, ପନିପରିବା, ମକା।

ମାଟିର ଗଠନ

ମାଲକାନଗିରି ଜିଲ୍ଲାରେ ନାଲି, ମାଙ୍କଡିଆ (ଗୋଡି) ଓ କଳାମାଟି ପରିଲକ୍ଷିତ ହୁଏ ଏବଂ ସାଧାରଣତଃ ଅମ୍ଳ ଅଟେ । ଫସଫରସ୍ ଓ ପଟାସ୍ ପରିମାଣ ମାଟିରେ ଅଧିକ ଦେଖାଯାଏ । ମାଲକାନଗିରି ବ୍ଲକ ବ୍ୟତୀତ ଅନ୍ୟ ସମସ୍ତ ଛଅଗୋଟି ବ୍ଲକର ଯବକ୍ଷାରଜାନ ମଧ୍ୟମ ଧରଣର, କିନ୍ତୁ ମାଲକାନଗିରି ବ୍ଲକର ଯବକ୍ଷାରଜାନ ନିମ୍ନ (ଅଳ୍ପ) ଧରଣର ଅଟେ ।

ବିଭିନ୍ନ ବ୍ଲକ୍ ର ମୃତ୍ତିକା ଓ ଖାଦ୍ୟସାର

ମାଟିର ପ୍ରତିକ୍ରିୟା ଓ ଉର୍ବରତା ବିବରଣୀ (ବ୍ଲକୱାରୀ)
କ୍ର.ନ. ବ୍ଲକ୍ ମାଟି କିସମ ମାଟି ପ୍ରତିକ୍ରିୟା(PH % in Area) ଖାଦ୍ୟସାର ଇଣ୍ଡେକ୍ସ(NI)
ଅମ୍ଳ ନୁହେଁ ଅମ୍ଲ/ନୁହେଁ କ୍ଷାରୀୟ କ୍ଷାରୀୟ ସହଜ ଲବ୍ଧ ଯବକ୍ଷାରଜାନ ସହଜ ଲବ୍ଧ ଫସଫରସ ସହଜ ଲବ୍ଧ ପଟାସ୍
ମାଲକାନଗିରି ବାଲିଆ ଦରୋସା ୮୫ ୧୫ ୧.୩୬ ୧.୬୯ ୧.୬୭
କୋରୁକୋଣ୍ଡା ବାଲିଆ ଦରୋସା ୮୯ ୧୧ ୧.୭୧ ୧.୪୫ ୧.୬୯
ମାଥିଲି ବାଲିଆ ଦରୋସା ୮୧ ୧୭ ୧.୬୨ ୧.୭୩ ୧.୯୭
ଖଇରପୁଟ ବାଲିଆ ଦରୋସା ୮୩ ୧୪ ୧.୭୩ ୧.୬୫ ୧.୯୭
 କୁଡୁମୁଳୁଗୁମ୍ମା  ବାଲିଆ ଦରୋସା  ୭୯  ୨୧  ୧.୬୯ ୧.୬୯ ୧.୬୦
କାଲିମେଳା ବାଲିଆ ଦରୋସା ୮୭ ୧୩ ୧.୮୯ ୧.୮୮ ୧.୯୭
ପଡିଆ ବାଲିଆ ଦରୋସା ୭୩ ୨୬ ୧.୮୮ ୧.୬୧ ୧.୯୭
ମୋଟ ୮୩ ୧୬ ୧.୭୦ ୧.୬୭ ୧.୮୭

NI < 1.5 = Low(ନିମ୍ନ)। (Source:Macro & Micro Nutrient Status of Soil of Odisha) NI 1.5 to 2.5 = Medium(ମଧ୍ୟମ )। NI >2.5 = High(ବେଶୀ)।

ଅଫିସ୍ ର ସର୍ବୋଚ୍ଚ କର୍ତ୍ତା

ଉପକୃଷି ନିର୍ଦ୍ଦେଶକ – ଶ୍ରୀ ପ୍ରଦୀପ କୁମାର ଦେ,ମୋ – 8895256893

ଜନସୂଚନା ଅଧିକାରୀ

1st Appellate Authority

ଶ୍ରୀ ପ୍ରଦୀପ କୁମାର ଦେ, ଉପକୃଷି ନିର୍ଦ୍ଦେଶକ,ମାଲକାନଗିରି , ମୋ – 8895256893

P.I.O. (Public Information Officer)

ଶ୍ରୀ ଚନ୍ଦ୍ରଶେଖର ଭୂମିଆ, ଡେପୁଟୀ ପ୍ରକଳ୍ପ ନିର୍ଦ୍ଦେଶକ, ମାଲକାନଗିରି,ମୋ-9438077562

A.P.I.O. (Asst.Public Information Officer)

ଶ୍ରୀ ବଂଶୀଧର ଦାସ, ବଡବାବୁ, ଡି.ଡି.ଏ ଅଫିସ୍ , ମାଲକାନଗିରି, ମୋ-9438071541

ଅଫିସ୍ ଠିକଣା

ଉପକୃଷି ନିର୍ଦ୍ଦେଶକ, କାର୍ଯ୍ୟାଳୟ, ମାଲକାନଗିରି
ସା – ଏମ୍.ଭି -୦୨
ପୋ – ଡି.ଏନ୍.କେ, ମାଲକାନଗିରି
ଜିଲ୍ଲା- ମାଲକାନଗିରି
ପିନ୍ – ୭୬୪୦୪୮
ଈ-ମେଲ – ddamal.dag@nic.in
ଫୋନ୍ – ୦୬୮୬୧-୨୩୦୩୮୧

କୃଷି ସମ୍ବନ୍ଧୀୟ କିଛି ଅଧିକ ସୂଚନା ନିମ୍ନ ପି ଡି ଏଫ ଫାଇଲ ରେ ଦିଆଗଲା

କୃଷି ସମ୍ବନ୍ଧୀୟ କିଛି ଅଧିକ ସୂଚନା ପି.ଡି.ଏଫ(୧୦୭୦ KB)

ସଫଳତାର କାହାଣୀ ପି.ଡି.ଏଫ( ୧୪୬୧ KB)