କଳା ଏବଂ ସଂସ୍କୃତି

କଳସ ଯାତ୍ରା ରେ ବଣ୍ଡା ନୃତ୍ୟ

ମାଲକାନଗିରି ଜିଲ୍ଲାର ସଂସ୍କୃତି ଜିଲ୍ଲାର ପ୍ରମୁଖ ଲୋକସଂଖ୍ୟା ଆଦିବାସୀ ଲୋକଙ୍କ ଦ୍ୱାରା ଗୀତ ଓ ନାଚ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୁଏ । ଏଠାକାର ପ୍ରମୁଖ ଆଦିବାସୀଗଣ ଯଥା ବଣ୍ଡା, ଗଦବା, କନ୍ଧ ଓ କୋୟା ମାନେ ଦେଖାଯାଆନ୍ତି । ସଂଗୀତ ଏହି ଆଦିବାସୀ ମାନଙ୍କ ମୁଖ୍ୟ ମନୋରଞ୍ଜନ ଅଟେ ଏବଂ ପର୍ବପର୍ବାଣୀ ସମୟରେ ଏହା ସେମାନଙ୍କର ମନପସନ୍ଦର ଅତିବାହିତ ସମୟ ହୁଏ । ବାଦ୍ୟଯନ୍ତ୍ରରେ ବିଭିନ୍ନ ପ୍ରକାରର ପ୍ରାକୃତିକ ଉପକରଣମାନ ବ୍ୟବହୃତ ହୁଏ ।

ଯଦିଓ ପ୍ରତ୍ୟେକ ଆଦିବାସୀ ସଂପ୍ରଦାୟର ନିଜର ସଙ୍ଗୀତ ଓ ବାଦ୍ୟଯନ୍ତ୍ର ଉପକରଣରେ ପ୍ରଭେଦ ଥାଏ, କେତେକ ଯନ୍ତ୍ରଗୁଡିକର ପ୍ରସ୍ତୁତ କାରସାଦି ଏପରି କୌଶଳରେ ତିଆରି ଅତ୍ୟନ୍ତ ସାଧାରଣ ହେଲେ ବି ସେମାନଙ୍କୁ ଅନୁକରଣ କରିବା ପ୍ରାୟ ଅସମ୍ଭବ ।ପ୍ରତ୍ୟେକ ଆଦିବାସୀ ସଂପ୍ରଦାୟରେ ବିଭିନ୍ନ ପ୍ରକାରର ବାଦ୍ୟ ନିର୍ଦ୍ଧାରିତ ଥାଏ । ମହିଳା ମାନେ ଯେତେବେଳେ ଜମିରେ କାମ କରନ୍ତି, ସେତେବେଳେ ସମବେତ ଗୀତ ଗାନ କରନ୍ତି ଏବଂ ପୁରୁଷ ଓ ବାଳକମାନେ ଯେତେବେଳେ ଦୂରରେ ଏକାକୀ ଗୋରୁ ଚାରଣ ବେଳେ ସେମାନେ ଧୀର ସ୍ୱରରେ ଗାନ କରନ୍ତି ।

ଗ୍ରାମ ରେ  ବଣ୍ଡା ନୃତ୍ୟ

ନାଚ ଏକ ସକ୍ରିୟାତ୍ମକ ଯେଉଥିପାଇଁ ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀମାନେ କାମାସକ୍ତ ଅଟନ୍ତି । ପର୍ବପର୍ବାଣୀ ସମୟରେ ନାଚଦଳ ସନ୍ଧ୍ୟା ସମୟରେ ଆରମ୍ଭ କରନ୍ତି, ରାତି ସଂପୂର୍ଣ୍ଣ କରନ୍ତି ଏବଂ ସାରାଦିନ ମଧ୍ୟ ଚାଲୁ ରଖନ୍ତି । ପ୍ରତି ଆଦିବାସୀ ସଂପ୍ରଦାୟର ନିଜର ବିଶେଷ ନାଚ ଅଛି ଏବଂ ବିଭିନ୍ନ ଋତୁରେ ଓ ଅବସରରେ ବିଭିନ୍ନ ଧରଣର ସଂଗୀତ ଅଭ୍ୟାସ କରନ୍ତି । କୋୟା ମାନଙ୍କର ଏକ ଚିତାକର୍ଷକ ନାଚ ଯେଉଁଥିରେ ପୁରୁଷମାନେ ମଇଁଷି କିମ୍ବା ଗୟଳର ଶିଙ୍ଗକୁ ସେମାନଙ୍କ ମୁଣ୍ଡରେ ବାନ୍ଧନ୍ତି ଏବଂ ଯୁଦ୍ଧ ଅନୁକରଣ ସଂଲଗ୍ନ ରହନ୍ତି । ସେମାନଙ୍କର ସ୍ତ୍ରୀ ମାନେ ମଧ୍ୟ ଗୋଲେଇରେ ପରସ୍ପରର ହାତ କାନ୍ଧରେ ପକାଇ ସୌନ୍ଦର୍ଯ୍ୟପୂର୍ଣ୍ଣ ନାଚ କରନ୍ତି । ପରଜା ନାଚ ଓ ଗାଦବାମାନଙ୍କର ନାଚ ଅତି ସାଦାରଣ ଓ ମଧ୍ୟ ଆଧ୍ୟାତ୍ମିକତାରୁ କମ୍ ନୁହଁ । ଦଣ୍ଡକାରଣ୍ୟ ପ୍ରକଳ୍ପରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କ ଦ୍ୱାରା ଅନେକ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଗଲା । ଦଣ୍ଡକାରଣ୍ୟ ପ୍ରକଳ୍ପର ଲୋକସଂପର୍କ ଅଫିସର ମାନଙ୍କ ଦ୍ୱାରା ଗ୍ରାମଗୁଡିକରେ ଚଳଚ୍ଚିତ୍ର ପ୍ରଦର୍ଶନ ମଧ୍ୟ ଆୟୋଜିତ କଲେ । ସ୍ଥାନୀୟ ଜନସାଧାରଣ, ଶିକ୍ଷକ ଓ ସରକାରୀ ଅଫିସରମାନଙ୍କ ଆନ୍ତରିକ ଚେଷ୍ଟାରେ ନାଟକଗୁଡିକ ଜିଲ୍ଲା ମୁଖ୍ୟାଳୟରେ ଚିତ୍ତବିନୋଦନ କେନ୍ଦ୍ରରେ ପ୍ରଦର୍ଶିତ ହେଲା । ଏହି ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମଗୁଡିକରେ କଳା ମଣ୍ଡପ ବ୍ୟବହୃତ ହେଲା । ଗଞ୍ଜାମର ସଖୀ ନାଚ ମଧ୍ୟ ବେଳେ ବେଳେ ଏଠାରେ ଅଭ୍ୟାସ କରାଗଲା । ଗୋପବନ୍ଧୁ ସାଂସ୍କୃତିକ କେନ୍ଦ୍ରର ପ୍ରାୟୋଜିତ ଥିବା ବାଲିମେଳା ଏବଂ ତମସା କଳାକେନ୍ଦ୍ର ଦ୍ୱାରା କାର୍ଯ୍ୟକ୍ରମ କରାଗଲା । ଆଦିବାସୀ ଲୋକଗୀତ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରସାରିତ ହେଲା । ଏହି ପ୍ରଥା ପ୍ରକାରେ ସମସ୍ତ ଗୀତ ଓ ନାଚ ଗୁଡିକ ପାଳନରେ କେତେକ ଆଦିବାସୀ ସଂପ୍ରଦାୟକୁ ନିଷାଧାର୍ଥେ କୌଟମ୍ବିକ ଓ ବିଭ୍ୟଚାର ଦୃଷ୍ଟିରୁ ଦୂରରେ ରଖିଛି । କିନ୍ତୁ ବେଳେ ବେଳେ ନିୟମର ଶିଥିଳତା ରହିଛି । ଯେପରିକି ଗୋଟିଏ ଗ୍ରାମର ପୁରୁଷ ଓ ସ୍ତ୍ରୀ ଏକତ୍ର ନାଚ କରିବା ମନା ।

ବଣ୍ଡା ଆଦିବାସୀ ନୃତ୍ୟ

ଏହି ଆଦିବାସୀ ପର୍ବଗୁଡିକ ପ୍ରାୟତଃ ଦାନବ କିମ୍ବା ଅର୍ଦ୍ଧ ଦେବତାଙ୍କୁ ପୂଜା ଅର୍ଚ୍ଚନା କରାଯାଏ । କନ୍ଧମାନଙ୍କର ମୁଖ୍ୟ ପର୍ବ କେଦୁ ଅଟେ ଯାହାକି ଏକଦା ମନୁଷ୍ୟର ତ୍ୟାଗପୂତ ଜୀବନର ସହଯୋଗୀ ଥିଲା । ବର୍ତ୍ତମାନ ମନୁଷ୍ୟ ବଳି ପରିବର୍ତ୍ତେ ଏକ ମଇଁଷିକୁ ବଳି ଦିଆଯାଇଥାଏ । ଏହି ଆଦିବାସୀ ମାନଙ୍କର ଅନ୍ୟତମ ଆଦରଣୀୟ ଚିତ୍ତ ବିନୋଦନ ହେଉଛି ଶିକାର । ସାଧାରଣତଃ ଗ୍ରୀଷ୍ମ ଋତୁରେ ଚୈତ୍ରମାସରେ ପ୍ରହାର/ଶିକାର କରିବା ଆୟୋଜନ କରାଯାଏ ଯେଉଁଥିରେ ସମସ୍ତ ପୁରୁଷ ଓ ବାଳକମାନେ ଭାଗ ନିଅନ୍ତି । ଯଥୋଚିତ ଧନୁ ଓ ତୀର , ଟାଙ୍ଗିଆ କିମ୍ବା ବର୍ଚ୍ଛା ଓ ବେଳେବେଳେ ଜୀବନ୍ତ ବସ୍ତୁ ହତ୍ୟା ନିମିତ୍ତ ଅଗ୍ନିବାଣର ବ୍ୟବହାର ସହ ବୟସ ଓ ଲିଙ୍ଗଗତ ପ୍ରଭେଦ ନ ରଖି ସେମାନେ ଜଙ୍ଗଲରେ ମିଶନ୍ତି । ଏହି ପ୍ରକାରର ଅଭିଯାନରେ ମାର୍ଗର ଶେଷ ପରିଣତିରେ (ଗ୍ରାମରେ ଏକ ଭୋଜିର ଆୟୋଜନ କରାଯାଏ ।)

ମାଲ୍ୟବନ୍ତ ମହୋତ୍ସବ ର ପୋଷ୍ଟର

ବର୍ଷକର ବିଭିନ୍ନ ସମୟରେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ପ୍ରକାର ପର୍ବଗୁଡିକ ପାଳନ କରାଯାଏ । ଏଥିରେ ବାସ କରୁଥିବା ହିନ୍ଦୁ ସଂପ୍ରଦାୟଙ୍କ ମୁଖ୍ୟ ପର୍ବମାନଙ୍କ ମଧ୍ୟରେ ଶିବରାତ୍ରି, ହୋଲି ଓ ରଥଯାତ୍ରା ଉଲ୍ଲେଖନୀୟ ।

ଏତଦବ୍ୟତୀତ କେତେକ ପର୍ବଗୁଡିକ ଯାହା କି ନିର୍ଦ୍ଦିଷ୍ଟ ଗୋଷ୍ଠୀମାନଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଏ । ପ୍ରତିବର୍ଷ ଫାଲଗୁନର ପୂର୍ଣ୍ଣମୀ ତିଥିରେ ପ୍ରଖ୍ୟାତ ପର୍ବ ବାବା ହରିଚାନ୍ଦଙ୍କ ନର ନାରାୟଣ ସେବାଶ୍ରମରେ ତିନି ଦିନ ଧରି ପାଳନ କରାଯାଏ । ଏହା ପୋଟେରୁ ନଦୀ କୂଳରେ ବାସ କରୁଥିବା ବଙ୍ଗାଳୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ । ଏହା ବ୍ୟତୀତ ଏମ୍.ଭି.-7 ଗ୍ରାମର କାଶୀ କ୍ରିଷ୍ଣ ଆଶ୍ରମର ଅନ୍ୟତମ ପର୍ବ ମଧ୍ୟ ପାଳନ କରାଯାଏ । ମାଘ ପୂର୍ଣ୍ଣିମାରେ ବଙ୍ଗାଳୀମାନଙ୍କ ଦ୍ୱାରା ଏମ୍.ଭି – 3 ର ଗୌର ଗୋବିନ୍ଦ ଆଶ୍ରମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଳନ କରାଯାଏ । ଏହା ବିଶାଳ ଜନସମାବେଶକୁ ଆକର୍ଷିତ କରେ ଏବଂ ଭକ୍ତମାନଙ୍କୁ ଓ ଅତିଥିମାନଙ୍କ ନିମନ୍ତେ ମାଗଣା ଖାଦ୍ୟ ରହିବା ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯାଏ । ଏହି ଯାନିଯାତ୍ରାଗୁଡିକରୁ ବଙ୍ଗାଳୀ ଲୋକଙ୍କ ପରମ୍ପରାର ଛାୟା ପ୍ରକଟିତ ହୁଏ । ଏହି ପର୍ବମାନଙ୍କ ବ୍ୟତୀତ ବଡଯାତ୍ରା, ବାଲିଯାତ୍ରା ଓ ଚୈତ୍ରପର୍ବ ଗୁଡିକ ଏହି ଜିଲ୍ଲାର ଅନ୍ୟତମ ମୁଖ୍ୟ ପର୍ବଗୁଡିକୁ ପାଳନ କରାଯାଏ ।
ମାଲ୍ୟବନ୍ତ ମହୋତ୍ସବ 2003 ମସିହାରୁ ପାଳିତ ହୋଇ ଆସୁଅଛି ଏବଂ ଲୋକମାନେ ଏହି ପର୍ବରେ ବହୁତ ଆନନ୍ଦ ଓ ମଜା ନିଅନ୍ତି ।