ଇତିହାସ

ମାଲକାନଗିରିର ଇତିହାସ ଭାରତ ବର୍ଷର ଅନ୍ୟାନ୍ୟ ସ୍ଥାନ ପରି ରୋମାଞ୍ଚକ ଓ ଆନନ୍ଦ ଦାୟକ ପ୍ରଦାନରେ କମ୍ ନୁହେଁ ।ଏହି ଭୂମିଟି ନିଘଞ୍ଚ ଦୁଷ୍ପାପ୍ୟତା ଜଙ୍ଗଲପୂର୍ଣ୍ଣ । ଛୋଟିଆ କିନ୍ତୁ ସୁନ୍ଦର ନଦୀ ସମୂହ ତରଙ୍ଗିତ ଗତି ସହ ମାଳଭୂମି ଏବଂ ଆଦିାସୀ ସଂସ୍କୃତି ବୈଭବରେ ପରିପୂର୍ଣ୍ଣ । ଦୀର୍ଘ 2500 ବର୍ଷ ପୂର୍ବର ମାନବ ସଂସ୍କୃତି ସହ ମାଲକାନଗିରିର ଇତିହାସ ବଦ୍ଧମୂଳ । ଆଧୁନିକ ସଭ୍ୟତାକୁ ଅଗ୍ରାଧିକାର ଦେବା ସହିତ ଅନେକ ପୌରାଣିକ ଘଟଣାବଳୀଗୁଡିକ ମାଲକାନଗିରିର ଚତୁର୍ଦ୍ଦିଗରେ ସ୍ଥାନ ପାଇଛି ।

ମହାପ୍ରଭୁ ରାମଚନ୍ଦ୍ରଙ୍କ ରାଜତ୍ୱ କାଳରେ ମାଲକାନଗିରି ସଂପୂର୍ଣ୍ଣ ରାମାୟଣରେ ପ୍ରଧାନ୍ୟ ସ୍ଥାନ ଅଧିକାର ଯୋଗ୍ୟ ହେବା ତାହା ଥିଲା ଏକ ପବିତ୍ର ନଦୀ ତମସା ଏବଂ ଏହାର ଚାରିପାଖ ଅଞ୍ଚଳ, ସାଧୁ ବାଲ୍ମିକୀଙ୍କୁ ହିନ୍ଦୁମାନଙ୍କ ପବିତ୍ର ଗ୍ରନ୍ଥ ରାମାୟଣ ରୂପରେ ଅଭ୍ୟନ୍ତରୀଣ ଭାବନାକୁ ପ୍ରକାଶ କରିବା ନିମିତ୍ତ ଉତ୍ସାହ ପ୍ରଦାନ କଲା । ଏହି ସ୍ଥାନଟି ରାମାୟଣରେ ମାଲ୍ୟବନ୍ତଗିରି ନାମରେ ଜଣାଶୁଣା ଥିଲା । ତମସା ନଦୀଟି ଆଦିବାସୀ ଶବ୍ଦ ‘’ତନସା’’ ରୁ ଅଣାଯାଇଛି ଯାହର ଅର୍ଥ ଗୁମ୍ଫା ଓ ଏହା ଗୁମ୍ଫାରୁ ପ୍ରବାହିତ । ଏହି ନଦୀର କୂଳ ବୃହତ ପୌରାଣିକ ରାମାୟଣର ଉତ୍ପତ୍ତିର ସାକ୍ଷ୍ୟ ଦିଏ । ବଳରାମ ଦାସଙ୍କ ରଚିତ ଦାଣ୍ଡି ରାମାୟଣରେ ରମଣୀୟ ମାଲ୍ୟବନ୍ତଗିରି ପ୍ରଧାନ ସ୍ଥାନ ସ୍ଥାପନ କରିଛି । ବିଶ୍ୱାସ୍ୟ ଯେ ପ୍ରଭୁ ରାମଚନ୍ଦ୍ରଙ୍କ ଗସ୍ତ ଓ ଦେବୀ ସୀତାଙ୍କ ସ୍ନାନ ସ୍ଥାନ ମୁଦିଲିପଡ଼ା ନିକଟସ୍ଥ ସୀତାକୁଣ୍ଡର ଅସ୍ତିତ୍ୱ ଅଧିକତର ଶକ୍ତିଶାଳୀ କରିଛି । ପୁଣି ମଧ୍ୟ ମହାଭାରତ ସମୟରେ ଏହି ସ୍ଥାନଟି ପାଣ୍ଡବମାନଙ୍କର ଏକ ଆକର୍ଷଣୀୟ ସ୍ଥାନ ହୋଇଥିଲା । ସେମାନେ ତାଙ୍କର ଅଜ୍ଞାତବାସ ଏକ ବର୍ଷ ପର୍ଯ୍ୟନ୍ତ ମାଲକାନଗିରି ଘଞ୍ଚ ଜଙ୍ଗଲରେ କାଟିଥିଲେ । କୋୟାମାନଙ୍କ ଗ୍ରାମଗୁଡିକ ମଧ୍ୟରେ ପାଣ୍ଡବଏରୁ (ପଣ୍ଡ) ଦେଖାଯାଏ, ଯାହାକି ପାଣ୍ଡବମାନଙ୍କ ଦ୍ୱାରା ବ୍ୟବହୃଚ ହେବାର ବିଶ୍ୱାସଯୋଗ୍ୟ । ଜାନୁଆରୀ ମାସରେ କୋୟାମାନଙ୍କ ଦ୍ୱାରା ପାଟଖଣ୍ଡା ପର୍ବ ପାଳନ କରାଯାଏ । ପ୍ରାଚୀନ ଆଦିବାସୀ ସଂପ୍ରଦାୟରେ ଏହି ଖଣ୍ଡାକୁ ପୂଜା କରାଯାଏ । ବିଶ୍ୱାସଯୋଗ୍ୟ ଯେ ଏହି ଖଣ୍ଡାଟି ପାଣ୍ଡବମାନଙ୍କର ଥିଲା । ସେମାନେ ମଧ୍ୟ ଭିମୁଦୁ ପରବ ଜାନୁଆରୀ ମାସରେ ପାଳନ କରନ୍ତି । ଏଥିରେ ମଧ୍ୟସ୍ଥ ପାଣ୍ଡବ ଭୀମ ପୂଜା ପାଆନ୍ତି ଓ କୋୟାମାନେ ବିଶ୍ୱାସ କରନ୍ତି ଯେ ଭୀମ ସେମାନଙ୍କ ପରିବାରକୁ ରକ୍ଷା କରିବେ । କାନାମାରାଜୁ (ଭଗବାନ ଶ୍ରୀକୃଷ୍ଣ , ବାଲାରାଜୁ (ଅର୍ଜୁନ) ଏବଂ ପୋତରାଜୁ (ଭୀମ) ଏହି ଅଞ୍ଚଳର ତିନି ପ୍ରସିଦ୍ଧ ଭଗବାନ ଯେଉଁମାନେ ଲୋକଙ୍କ ଦ୍ୱାରା ପୂଜା ପାଆନ୍ତି । ଏହି ଭଗବାନମାନଙ୍କ ପର୍ବ ବଡଯାତ୍ରା ପ୍ରତି ଏକ ବର୍ଷ ଅନ୍ତରରେ ସାରା ଜିଲ୍ଲାରେ ପାଳିତ ହୁଏ ।

ସିନ୍ଧୁ ଉପତ୍ୟକା ସଭ୍ୟତାର ସମୟରେ ଗୋଟିଏ ଧନବାନ ସଭ୍ୟତା ତମସା ନଦୀ ସମେତ ସମୃଦ୍ଧ ଥିଲା । ସନ୍ 1995ରେ କେତେକ ପ୍ରାଚୀନ କୀର୍ତ୍ତୀଗୁଡିକ ସମସ୍ଥାନରେ ଆବିଷ୍କୃତ ହେଲା । ଯାହାକି ଉପରୋକ୍ତ ପ୍ରକୃତ ବିଷୟଗୁଡିକର ସାମଞ୍ଜସ୍ୟ ରହିଛି । ଏକ ବିରାଟ ଶିବଲିଙ୍ଗ ଏହି ମାଟିରେ ଆବିଷ୍କୃତ ହେଲା, ଯାହାକି ଏହି ସଭ୍ୟତା ସହିତ ସିନ୍ଧୁ ସଭ୍ୟତାର ସାମଞ୍ଜସ୍ୟକୁ ଆଲୋକପାତ କରୁଛି । ପ୍ରାଚୀନ ରାଜାମାନଙ୍କର ଏହି ସ୍ଥାନକୁ ପୂର୍ବ ବୈଦିକ ଓ ପର ବୈଦିକ ସମୟର ଭଗବାନ ମଲ୍ଲିକେଶ୍ୱର ପୂଜା ପାଇବା ସହ ଏହି ନଗରଟି ପରବର୍ତ୍ତୀ ସମୟରେ ମାଲିକ ନଗରୀ ସାମ୍ରାଜ୍ୟ ନାମରେ ନାମିତ ହେଲା । କ୍ରମଶଃ ଏହି ମାଲିକ ନଗରୀ ଆଧୁନିକ ଯୁଗର ମାଲକାନଗିରି ହେଲା ।

ଏକ ପ୍ରାଚୀନ ଶିବମନ୍ଦିର ବର୍ତ୍ତମାନ ଚିତ୍ରକୋଣ୍ଡା ଜଳାଶୟ ମଧ୍ୟରେ ଜଳମଗ୍ନ ଯାହାକି ଓଡ଼ିଶାର ଦ୍ୱିତୀୟ ଲିଙ୍ଗରାଜ ମନ୍ଦିର ନାମରେ ଜଣାଶୁଣା ରହିଥିଲା । ଶ୍ରୀ ଚୈତନ୍ୟଙ୍କ ଦ୍ୱାରା ନନ୍ଦପୁର ଗସ୍ତ ସମୟରେ ଏହି ପ୍ରସିଦ୍ଧ ଶିବମନ୍ଦିରକୁ ପରିଦର୍ଶନ କରିଥିଲେ । ମାଲକାନଗିରି ଚତୁଃପାର୍ଶ୍ୱରେ ରହିଥିବା ଶିବମନ୍ଦିର ଗୁଡିକ ସୂଚିତ କରେ କି ପ୍ରାଚୀନ ରାଜାମାନେ ଶୈବ ପୂଜକ ଥିଲେ ।
ଜୟପୁର ସାମ୍ରାଜ୍ୟର ପ୍ରତିଷ୍ଠିତା ରାଜା ବିନାୟକ ଦେବ କାଶ୍ମୀରରୁ ଆସିଲେ ଓ ନନ୍ଦପୁରର ରାଜକୁମାରୀ ଲୀଳାବତୀଙ୍କୁ ବିଦ୍ରୋହର ସମ୍ମ ୁଖୀନ ହୋଇଥିଲେ । ବିନାୟକ ଦେବଙ୍କ ବିଦ୍ରୋହୀ ଦଳ ମାନଙ୍କ ଦମନ କରିବା ସକାଶେ ଲୀଳାବତୀଙ୍କ ଭାଇ ଶିଙ୍ଗାରାଜୁ ନିଜର ବିଶ୍ୱସ୍ଥତା ଓ କୃତଜ୍ଞତା ସକାଶେ ରାଜା ବିନାୟକ ଦେବ ସମ୍ମାନର ଚିହ୍ନ ସ୍ୱରୂପ ନୀଳକାମ୍ବେରୁ ଓ ସିଙ୍ଗରାଜଖୁଣ୍ଟା ନାମରେ ଦୁଇଗୋଟି ଗ୍ରାମ ସ୍ଥାପନ କଲେ । କେତେକ ପ୍ରାଚୀନ କୀର୍ତ୍ତୀ ଓ ବିଭିନ୍ନ ଅନେକ/ଭଗବାନଙ୍କ ମୂର୍ତ୍ତିଗୁଡିକ ନୀଳକାମ୍ବେରୁରୁ ଆବିଷ୍କୃତ ହୋଇଥିଲା । ଗଙ୍ଗ ସାମ୍ରାଜ୍ୟର ରାଜତ୍ୱ କାଳରେ ମାଲକାନଗିରି ଏକ ସମୃଦ୍ଧଶାଳୀ ପାର୍ବତ୍ୟ ସାମ୍ରାଜ୍ୟ ଥିଲା । ଏହା କମ୍ବ ୁଦରି ନାମରେ ଖ୍ୟାତ ଥିଲା । ଯାହାକି କୋରାପୁଟର ପ୍ରଥମ ଜିଲ୍ଲାପାଳ ଶ୍ରୀ ଆର୍.ସି.ଏସ୍.ବେଲ ସନ୍ 1941 ମସିହାର ତାଙ୍କ ବିବରଣୀରୁ ଜଣାଯାଏ ।

ଯଥେଷ୍ଟ ସାକ୍ଷ୍ୟ ରହିଛି ଯେ ବନ୍ୟ ସାମ୍ରାଜ୍ୟ ମାଲକାନଗିରି ଗୋଟିଏ ପ୍ରାଚୀନ ସଭ୍ୟତା ରୂପେ ଖ୍ୟାତ । ପାଣ୍ଡୁ ସିଂଙ୍କ ରାଣୀ ଭଗବାନ ନୀଳକାମ୍ବେରୁଙ୍କୁ ପ୍ରଦାନ କରିଥିବା ଉପହାର ବିଷୟରେ ଦୁଇଟି ଶିଳାଲେଖରୁ ପରିଚୟ ମିଳେ । ଖ୍ରୀଷ୍ଟାବ୍ଦ 1376 ରେ କନ୍ଦ କାମ୍ବେରୁ ପୂର୍ବେ କାମ୍ବଦିରି ନାମରେ ଖ୍ୟାତ ଥିଲା । ଖ୍ରୀଷ୍ଟାବ୍ଦ 1400 ରୁ 1872 ମଧ୍ୟରେ ଏହି ରାଜକୀୟ ରାଜ୍ୟକୁ ଅଧିକରୁ ଅଧିକ 26 ଜଣ ରାଜାଗଣ ଶାସନ କରିଥିଲେ । ଏହି ସଂପୂର୍ଣ୍ଣ ରାଜ୍ୟ ଚାରୋଟି ମୁଥାରେ ବିଭକ୍ତ ଥିଲା । ସେଗୁଡିକ ନାମତଃ ମୌତ, ପଡ଼ିଆ, କୋରୁକୋଣ୍ଡା ଓ ପଦ୍ମଗିରି ଥିଲା । ମୁଥାର ମୁଖିଆଙ୍କୁ ମୁଥାଦାର କୁହାଯାଉଥିଲା । ପ୍ରତ୍ୟେକ ମୁଥାପୁଣି କେତେକ ଗ୍ରାମରେ ବିଭକ୍ତ ଥିଲା ଯାହାର ମୁଖିଆ ପେଦା ଥିଲେ । ମୁଖିଆ ଓ ପେଦାଙ୍କ ପଦବୀଟି ବଂଶାନୁଗତ ଭାବେ ମାଲକାନଗିରି ରାଜାଙ୍କ ଦ୍ୱାରା ମାନ୍ୟତା ପାଉଥିଲେ । ରାଜାମାନଙ୍କର ସ୍ଥାୟୀତ୍ୱ ସ୍ଥାନ ନ ଥିବା ହେତୁରୁ ସବୁବେଳେ ସାମ୍ରାଜ୍ୟଟି ବିଦେଶୀ ଆକ୍ରମଣରେ ଭୟଭୀତ ଥିଲା । ଅସ୍ଥାୟୀ ଭାବରେ ସାମ୍ରାଜ୍ୟର ବିଭିନ୍ନ ସ୍ଥାନ ଗୁଡିକରେ ରାଜମହଲ ଗୁଡିକ ନିର୍ମାଣ କରାଯାଇଥିଲା । ମାଲକାନଗିରି ଭୈରବ ମନ୍ଦିରର ସାମ୍ନାରେ ରାଜାରାଣୀ ପର୍ବତ ଉପରେ ଥିବା ଏକ ରାଜମହଲର ଧ୍ୱସାଂବଶେଷ ବର୍ତ୍ତମାନ ସୁଦ୍ଧା ଜୀବିତ । ଦେବ ଡଙ୍ଗରର ସର୍ଦ୍ଦାର ବାସିନୀ ଆମ୍ବତୋଟାରେ ବିଜୟଦଶମୀ ପର୍ବ ନାମରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟର ମୁଥାଦାର ଓ ପେଦାଗଣ ଉପସ୍ଥିତ ରହୁଥିଲେ । ରାଜା ନିଜେ ବୈଠକକୁ ଅଧ୍ୟକ୍ଷତା କରୁଥିଲେ ଏବଂ ପ୍ରତ୍ୟେକ ମୁଖ୍ୟ ଫୈସଲା / ନିର୍ଣ୍ଣୟ ଏହି ବୈଠକରେ କରାଯାଉଥିଲା । ରାଜା ତାଙ୍କର ନିଷ୍ପତ୍ତି ଗୁଡିକୁ ପାଳନ କରିବାକୁ / କରାଇବାକୁ ମୁଥାଦାରମାନଙ୍କୁ କ୍ଷମତା ପ୍ରଦାନ କରୁଥିଲେ ।

ମାଲକାନଗିରି ଶେଷ ରାଣୀ ବାଙ୍ଗାରୁଦେବୀ ଖ୍ରୀଷ୍ଟାବ୍ଦ 1855 ପୁ 1872 ପର୍ଯ୍ୟନ୍ତ ଶାସନ କରିଥିଲେ । ସେ ତାଙ୍କର ଶକ୍ତିଶାଳୀ ଅସାଧାରଣ ବୃହତ କୋୟା ସେନା ବଳରେ ଜୟପୁରର ରାଜା ରାମଚନ୍ଦ୍ରଦେବ ତୃତୀୟଙ୍କୁ ପରାସ୍ତ କରିଥିଲେ ।ସେ କୋୟା ସେନା ସହିତ ସାହାସିକତା ପୂର୍ବକ ପରାକ୍ରମ ବ୍ରିଟିଶ ସେନାଙ୍କ ସହ ଯୁଦ୍ଧ କରିଥିଲେ । ଶେଷରେ ଗାଦିଚ୍ୟୁତ ହେବା ଫଳରେ ପରିଣାମକୁ ସଂପୂର୍ଣ୍ଣ ମାଲକାନଗିରି ରାଜ୍ୟ ମାଡ୍ରାସ ପ୍ରେସିଡେନସି ସହ ସଂଲଗ୍ନ କରାଗଲା । ରାଣୀ ବାଙ୍ଗାରୁ ଦେବୀ ନିଜର ଆପ୍ରାଣ ଚେଷ୍ଟା ସହ ଖ୍ରୀଷ୍ଟାବ୍ଦ 1800 ପର୍ଯ୍ୟନ୍ତ 8 ବର୍ଷ ଧରି ଯୁଦ୍ଧ କରିଥିଲେ , କିନ୍ତୁ ଅସଫଳ ହୋଇଥିଲେ । ପରିଶେଷରେ ଦୀର୍ଘ 5 ବର୍ଷ ଧରି ଅସୁସ୍ଥତା ଫଳରେ ନିଜର 70 ବର୍ଷ ବୟସରେ ଖ୍ରୀଷ୍ଟାବ୍ଦ 1885 ରେ ଇହଧାମ ତ୍ୟାଗ କରିଥିଲେ । ଖ୍ରୀଷ୍ଟାବ୍ଦ 1880 ରେ ତାମା ଦୋରା ନାମକ ଏକ କୋୟା ସାହାସୀ ବୀର କୋୟା ଦଳକୁ ନେତୃତ୍ୱ ନେଇ ମାଲକାନଗିରିର ବ୍ରିଟିଶ ପୋଲିସଙ୍କୁ ପରାସ୍ତ କଲେ ଓ ନିଜକୁ ପଡିଆ ଓ ମୋଟୁର ଶାସକ ରୂପେ ଘୋଷିତ କଲେ । ଏହି ଘଟଣାରେ ପଡ଼ିଆ ଥାନାର ଜଣେ ଇନିସ୍ପେକ୍ଟର ଓ ଛଅଜଣ କର୍ମଚାରୀଙ୍କୁ ହତ୍ୟା କରାଗଲା । ଏହି ଘଟଣାଟି କୋୟା ବିଦ୍ରୋହ ନାମରେ ପ୍ରସିଦ୍ଧ ଏବଂ ଏହାର ପ୍ରଭାବ ସାରା ସାମ୍ରାଜ୍ୟରେ ପଡିଥିଲା । ହାଇଦ୍ରାବାଦ୍ର ସନ୍ନିହିତ ଦଳ 100 ଲୋକଙ୍କୁ ଧରି କୋଲନେଲ ମାକ୍ଓଦେ ସୁରକ୍ଷା ଦେବା ଲାଗି ଚେଷ୍ଟା କଲେ । କିନ୍ତୁ ଟାମା ଦୋରାଙ୍କ ନେତୃତ୍ୱରେ ରହିଥିବା କୋୟା ଦଳର ମର୍ମନ୍ତୁଦ ଆକ୍ରମଣ ଫଳରେ ସେ ନିଷ୍ଫଳ ହେଲେ । ଯାହା ହେଉ ଏହି ସାହାସୀ ଯୁବକଙ୍କ ପ୍ରଚେଷ୍ଟା ଅନ୍ତ ହେଲା ତ ଯେତେବେଳେ ସେ ମୋଟୁ ନିକଟସ୍ଥ ରାମ୍ପା ଜଙ୍ଗଲରେ ନିଷ୍ଠର ଭାବରେ ତା. 28/07/1880 ରିଖରେ ହାଇଦ୍ରାବାଦର ପୋଲିସ ସେନାଙ୍କ ଦ୍ୱାରା ନିହତ ହେଲେ , ପରେ ଅପୂର୍ବ ନେତାଙ୍କୁ ହରାଇ କୋୟା ସେନାଦଳ ଖଣ୍ଡିତ ହେଲା ।

ଦୀର୍ଘ 35 ବର୍ଷ ବ୍ୟବଧାନ ମଧ୍ୟରେ (1880-1915) ସାରା ମାଲକାନଗିରି ରେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ବିଦ୍ରୋହୀ ଦଳଗୁଡିକ ପୁନର୍ବାର ସଂଘର୍ଷ କଲେ । ସମସ୍ତ ଛୋଟ ଛୋଟ ବିଦ୍ରୋହୀ ଦଳଳ ଗୁଡିକୁ ଏକତ୍ରିତ କରି ଆହୁରି ସୀତାରାମ ରାଜୁ ଏକ ବୃହତ ଗରିଲା ଦଳ ସ୍ଥାପନ କରି ବ୍ରିଟିଶ ସେନା ବିରୁଦ୍ଧରେ ଯୁଦ୍ଧ କଲେ ।ଚିତ୍ରକୋଣ୍ଡା ଏବଂ ନୀଳାକାମ୍ବେରୁ ସୀତାରାମ ରାଜୁଙ୍କ ମୁଖ୍ୟାଳୟ ଥିଲା ।ପ୍ରାରମ୍ଭରେ ସେ ଜଣେ ଅହିଂସାର ଅନୁଗାମୀ ଥିଲେ ଏବଂ ଭାରତୀୟ ସଂସ୍କୃତି, ପୌରାଣିକ ଓ ହିନ୍ଦୁ ମାନଙ୍କର ଧାର୍ମିକ କ୍ରିୟା କଳାପ ବିଷୟରେ ଜ୍ଞାନ ଆହରଣ କରିଥିଲେ । ସାଧୁତା ଆଦିବାସୀଙ୍କ ଉପରେ ବ୍ରିଟିଶ ପୋଲିସ ଓ ସେମାନଙ୍କର ଅତି ନିଷ୍ଠ ୁରତାକୁ ପର୍ଯ୍ୟବେକ୍ଷଣ କରି ସେ ପ୍ରଚଣ୍ଡ ହୋଇ ସିଧାସଳଖ ତାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ସେ ତାଙ୍କର ବାକ୍ ପଟୁ ବକ୍ତବ୍ୟ ମାଧ୍ୟମରେ ସମସ୍ତ କୋୟା ଯୁବକଙ୍କୁ ତାଙ୍କର ସେନାରେ ଯୋଗ ଦେବାକୁ ଆହ୍ୱାନ କଲେ । ସେ ଆନ୍ଧ୍ରପ୍ରଦେଶର ଭଦ୍ରାଚଳମ୍ ଅଞ୍ଚଳରୁ ମଧ୍ୟପ୍ରଦେଶର ବସ୍ତର ପର୍ଯ୍ୟନ୍ତ ଜନପ୍ରିୟ ହୋଇ ଉଠିଲେ । ଏ. ସୀତାମ୍ମା ରାଜୁଙ୍କ ଜନପ୍ରିୟତାକୁ ବୃଦ୍ଧିକୁ ଭୟଭୀତ ହୋଇ ବ୍ରିଟିଶ୍ ତହସିଲଦାର ବାସ୍ତିଆନ୍ ଏକାକୀ ବୃହତ୍ ଇଂରେଜ ସେନା ନେଇ ରାଜୁଙ୍କୁ ଗିରଫ କଲେ, କିନ୍ତୁ ଶେଷରେ ଚାରିଆଡେ ଚାପ ପଡିବା ହେତୁରୁ ତାଙ୍କୁ ଖଲାସ କରି ଦେଲେ । ରାଜୁ ପୋଲିସ ହାଜତରୁ ଖଲାସ ହେଲା ପରେ ନିଜେ ବ୍ରିଟିଶ୍ ପୋଲିସ୍ ବିରୁଦ୍ଧରେ ସିଧାସଳଖ ଯୁଦ୍ଧ ଘୋଷଣାରେ ସାମିଲ୍ ହେଲେ । ସେ ଏକାକୀ ନିଜର ବୃହତ୍ କୋୟା ଦଳକୁ ନେଇ ଅତର୍କିତ ଭାବେ ରାଜାବାମାଙ୍ଗୀ ଜେଲ୍ ଆକ୍ରମଣ କରି ସ୍ୱାଧୀନତା ସଂଗ୍ରାମୀ ବିରୟ ଦୋରାଙ୍କୁ ଖଲାସ କଲେ । ସନ୍ 1892 ମସିହା ସେପ୍ଟେମ୍ବର ମାସରେ ରାଇଟର ଏବଂ କୋବାର୍ଡ ନାମକ ଦୁଇଟି ବ୍ରିଟିଶ୍ ସେନା ଅଫିସର ନିହତ ହେଲେ ଏବଂ ଅନ୍ୟ ଜଣକ ଅଫିସର ଥେମୟ ହେୟାର ଆଲୁରି ସୀତାମ୍ମା ରାଜୁ ଓ ତାଙ୍କ ଦଳ ଦ୍ୱାରା ଅତି ଗୁରୁତର ଭାବେ ଆହତ ହୋଇଥିଲେ ।

ଅନ୍ୟ ଏକ ଘଟଣା ସନ୍ 1923 ମସିହା ସେପ୍ଟେମ୍ବର ମାସରେ ରାଜୁ ଓ ତାଙ୍କ ଦଳ ଦ୍ୱାରା ମାଲକାନଗିରି ପୋଲିସ ଫାଣ୍ଡି ଓ କୋଷାଗାର ଲୁଟ୍ ହୋଇଥିଲା । ସନ୍ 1924 ମସିହା ପ୍ରାରମ୍ଭରେ ଆସାମ ରାଇଫଲ୍ ଓ ମାଲାବାର ସେନାକୁ ବିଦ୍ରୋହୀମାନଙ୍କୁ ଦମନ କରିବା ସକାଶେ ମାଲକାନଗିରି ଜଙ୍ଗଲକୁ ପ୍ରେରଣ କରାଯାଇଥିଲା । ସେହି ଦଳ ଚିତ୍ରକୋଣ୍ଡାର ଚତୁଃପାର୍ଶ୍ୱକୁ ଘେରାଉ କରି କୋୟା ସେନା ବାହିନୀକୁ ଆକ୍ରମଣ କଲେ । ବହୁ ପରିମାଣର କୋୟା ଯୋଦ୍ଧା ଯୁବକ ନିହତ ହେଲେ ଏବଂ ଅନେକ ଆଦିବାସୀ ପରିବାରଗୁଡିକୁ ଇଂରେଜ ସେନା ଦ୍ୱାରା ନୃଶଂସ ଭାବେ ନିର୍ଯ୍ୟାତନା ଦିଆଯାଇଥିଲା । ଶେଷରେ ଏ. ସୀତାମ୍ମାରାଜୁଙ୍କୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସକାଶେ ଡକାଗଲା । କିନ୍ତୁ ଏହା ଏକ ଷଡଯନ୍ତ୍ର ଥିଲା । ରାଜୁ ମାଲାବାର ସେନା ଦ୍ୱାରା ଧରା ପଡିଲେ ଏଓ ଏକ ତେନ୍ତୁଳି ଗଛରେ ବନ୍ଧା ଗଲେ । ଶେଷରେ ମେଜର ଗୁଡାଲ୍ ଙ୍କ ଆଦେଶାନୁଯାୟୀ ମାଲାବାର ସେନା ରାଜୁଙ୍କୁ ଗୁଳିକରି ହତ୍ୟା କଲେ । କୋୟାମାନଙ୍କର ସଂପୂର୍ଣ୍ଣ ଦମନ ସହ ସୀତାରାମାଙ୍କ ସାହାସିକତାର ଅଧ୍ୟାୟର ପରିସମାପ୍ତି ଘଟିଲା ।

ପୂନର୍ବାର ମାଲକାନଗିରି ଜାତୀୟ ସଂବାଦରେ ସ୍ଥାନ ପାଇଲା, ଯେତେବେଳେ ସଂଗ୍ରାମୀ ଲକ୍ଷ୍ମଣ ନାୟକ ଆଦିବାସୀମାନଙ୍କ ସଂଗଠନକୁ ନେତୃତ୍ୱ ନେଇ ଅସହଯୋଗ ଆନ୍ଦୋଳନ ଦ୍ୱାରା ବ୍ରିଟିଶ ବିରୁଦ୍ଧରେ ବିଦ୍ରୋହ କଲେ । ସେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିର ଅନୁଗାମୀ ଥିଲେ । ସନ୍ 1942 ମସିହା ଅଗଷ୍ଟ ମାସ 21 ତାରିଖରେ ମାଥିଲିରେ ବିଦ୍ରୋହ ପ୍ରଦର୍ଶନ କଲେ, କିନ୍ତୁ ପୋଲିସ ଖୋଲା ଖୋଲି ଭାବରେ ପ୍ରଦର୍ଶନକାରୀ ଶାନ୍ତଶିଷ୍ଟ ଜନତାଙ୍କ ଉପରେ ଗୁଳି ଚାଳନା କଲେ ଓ ନକୁଳ ପୂଜାରୀ, ସମରା ନାୟକ, ନରସିଂ ଭୂମିଆ ଏବଂ ଲିଙ୍ଗା ଭୂମିଆ ନିହତ ହେଲେ । ଏହି ଘଟଣା ସମୟରେ ଜି.ରାମାୟା ନାମକ ଫରେଷ୍ଟ ଗାର୍ଡ ମଧ୍ୟ ନିହତ ହେଲେ, ଯେଉଁଥି ପାଇଁ ଲକ୍ଷ୍ମଣ ନାୟକ ଦୋଷୀ ସାବ୍ୟସ୍ଥ କରାଯାଇ ଗିରଫ ହେଲେ । ଦୀର୍ଘ ଚାରିମାସ ପର୍ଯ୍ୟନ୍ତ କ୍ରମାଗତ ବିଚାର ଚାଲିଲା ଓ ନଭେମ୍ବର 13 ତାରିଖ 1942 ମସିହାରେ ଦୌରାଜଜ୍ ଭି.ରାମନାଥଙ୍କ ନିର୍ଣ୍ଣୟ ଅଧିମତ ଅନୁଯାୟୀ ଦୋଷୀ ନଂ-1 ଲକ୍ଷ୍ମଣ ନାୟକ ସିଦ୍ଧ ଦୋଷ ବନ୍ଦୀ ଭାରତୀୟ ପିଙ୍ଗଳ ଧାରା ଭାଗ – 302 ଲଗାଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ଫାଶୀ ଦଣ୍ଡର ନିଶ୍ଚିତକରଣ କରାଗଲା ।
ବ୍ରହ୍ମପୁରର ପ୍ରସିଦ୍ଧ ଓକିଲ ରାଧାଚରଣ ଦାସ ଓ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଉମାଚରଣ ପଟ୍ଟନାୟକ ପାଟନା ହାଇକୋର୍ଟକୁ ଆପତ୍ତି କରିବାକୁ ଗଲେ, କିନ୍ତୁ ପରିଶେଷରେ ନାକଚ କରାଗଲା । ସନ୍ 1943 ମସିହା ମାର୍ଚ୍ଚ 29 ତାରିଖରେ ଯେତେବେଳେ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲରେ ଫାଶୀ ଦିଆଗଲା ତାଙ୍କର ଅଧ୍ୟାୟର ପରିସମାପ୍ତି ଘଟିଲା । ପୂର୍ବ ନିର୍ଣ୍ଣିତରୁ ଜଣାଯାଏ ଯେ ଲକ୍ଷ୍ମଣ ନାୟକଙ୍କ ମୋକଦ୍ଦମା/ମାମଲା ଅତି ଦୁର୍ବଳ ଥିଲା ଏବଂ ଏହା ଉପର ଆଇନ ଅଦାଲତରେ ଆପତ୍ତି ପାଇଁ ସ୍ପଷ୍ଟ ଥିଲା । କିନ୍ତୁ ସେ ସମୟର ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଏ ବିଷୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ପାରିନଥିଲେ । ଏପରିକି ଅନେକ ଅଭାଗା ବ୍ୟକ୍ତି ବିଶେଷ ଲକ୍ଷ୍ମଣ ନାୟକଙ୍କ ଗିରଫ ଧାରାରେ ସଂପୃକ୍ତ କରାଯାଇ ମୃତ୍ୟୁ ଦଣ୍ଡର ଶାସ୍ତିଟି ସରକାରୀ ସୁବିଧା ସୁଯୋଗ, ଚାକିରୀ ଏବଂ ପଦୋନ୍ନତି ସ୍ୱାଧୀନତାର ପର ପର୍ଯ୍ୟାୟରେ ସାମର୍ଥ୍ୟ ଯୋଗାଇଲା ।

ପ୍ରଥମତଃ 1936 ମସିହା ବେଳକୁ ମାଲକାନଗିରି ମାଡ୍ରାସ ପ୍ରେସିଡେନସିର ଏକ ଅଂଶ ବିଶେଷ ଥିଲା । ସନ୍ 1936 ରେ କୋରାପୁଟ ଜିଲ୍ଲା ମାଡ୍ରାସ ପ୍ରେସିଡେନସିରୁ ଓଡ଼ିଶା ରାଜ୍ୟରେ ସାମିଲ ହେଲା । ସନ୍ 1941 ମସିହାରେ କୋରାପୁଟର ପ୍ରଥମ ଇଂରେଜ ଜିଲ୍ଲାପାଳ ଆର୍.ସି.ଏସ୍ ବେଲ୍ କୋରାପୁଟ ଜିଲ୍ଲାର ଭୌଗଳିକ ସୂଚୀପତ୍ର ପ୍ରସ୍ତୁତ କଲେ ଓ ମାଲକାନଗିରି ତହସିଲର ଆଦିବାସୀ ଲୋକଙ୍କ ଭୌତିକ ଅବସ୍ଥା ଓ ଜଳବାୟୁର ସ୍ଥିତି ବିଷୟରେ ବର୍ଣ୍ଣନା କଲେ । ଏହି ତହସିଲ କୋରାପୁଟ ଜିଲ୍ଲାର ନବରଙ୍ଗପୁର ସବଡିଭିଜନର ଅଂଶ ଥିଲା ।
ସନ୍ 1962 ମସିହା ଜାନୁଆରୀ 1 ତାରିଖରେ ମାଲକାନଗିରିଟି ସବ-ଡିଭିଜନର ଅସ୍ତିତ୍ୱ ପାଇଲା । ସନ୍ 1958ର ଦଣ୍ଡକାରଣ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ପୂର୍ବ ପାକିସ୍ଥାନରୁ ଆସିଥିବା ଶରଣାର୍ଥୀମାନଙ୍କୁ ବସତି ସ୍ଥାପନ କରାଗଲା ।

ପରିଶେଷରେ 1992 ମସିହା ଅକ୍ଟୋବର ମାସ 2 ତାରିଖରେ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ନଂ. 49137/R ତାରିଖ 01/10/1992 ଅନୁଯାୟୀ ରେଭେନ୍ୟୁ ଓ ଅବକାରୀ ବିଭାଗ, ଓଡ଼ିଶା, ଭୂବନେଶ୍ୱରଙ୍କ ଦ୍ୱାରା ଜିଲ୍ଲାର ମାନ୍ୟତା ସହ କୋରାପୁଟ ଜିଲ୍ଲାରୁ ବିଚ୍ୟୁତ ହେଲା ।